ନୂଆଦିଲ୍ଲୀ,୧୬/୧୧: ଉତ୍ତର ପ୍ରଦେଶର ଝାନସୀ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ। ଶିଶୁ ୱାର୍ଡରେ ଅଗ୍ନିକାଣ୍ଡ ଫଳରେ ୧୦ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୬ ଜଣ ଗୁରୁତର ହୋଇଛନ୍ତି। ସଟ୍ ସର୍କିଟ ଯୋଗୁଁ ହସ୍ପିଟାଲର ୮ ମହଲା ଉପରେ ଲାଗିଥିଲା ନିଆଁ। ଅଧିକାଂଶ ଲୋକଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ଏବେିବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅଗ୍ନିଶମ ବାହୀନିର ଟିମ୍ ୩୭ ପିଲାଙ୍କୁ ସୁରକ୍ଷିତ ଉଦ୍ଧାର କରିଛି। ୱାର୍ଡରେ ମୋଟ ଉପରେ ୫୪ ଜଣ ରୋଗୀ ଥିଲେ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଆହତଙ୍କୁ ଭଲ ହସ୍ପିଟାଲରେ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ୧୨ ଘଣ୍ଟା ମଧ୍ୟରେ କିପରି ନିଆଁ ଲାଗିଲା ସେନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।