ମହାରାଷ୍ଟ୍ରରେ କରୋନା ସ୍ଥିତି ସଙ୍ଗୀନ, ପୁଣି ଫେରିଲା ଲକ୍‌ଡାଉନ୍‌

ମହାରାଷ୍ଟ୍ର, ୧୧/୩: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଏହାରିମଧ୍ୟରେ ମହାରାଷ୍ଟ୍ରରେ ପୁଣି କରୋନା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ତେଣୁ ନାଗପୁର ସହରକୁ ମାର୍ଚ୍ଚ ୧୫ରୁ ୨୧ ଯାଏ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର । ଗତକାଲି ଏହିସହରରେ ୧୭୧୦ ନୂଆ କରୋନା ରୋଗୀ ଚିହ୍ନଟ ହେବା ପରେ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବର ମାର୍ଚ ୧୪ ତାରିଖ ଯାଏ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହୋଇଥିଲା ।