ସାବଧାନ : ପେପ୍ସି, କୁର୍‌କୁରେ ଓ ହର୍ଲିକ୍ସ ପରି ଖାଦ୍ୟ ଖାଉଛନ୍ତି କି, ଶରୀର ପାଇଁ ବନିପାରେ କ୍ଷତିକାରକ !

ନୂଆଦିଲ୍ଲୀ,୧୨/୧୧: ସାବଧାନ ! ଯଦି ଆପଣ ପେପସିକୋ, ୟୁନିଲିଭର ଏବଂ ଡେନୋନ୍ ପରି କମ୍ପାନିର ଖାଦ୍ୟ ପଦାର୍ଥ ବ୍ୟବହାର କରୁଛନ୍ତି ସତର୍କ ହୋଇଯାଆନ୍ତୁ। ନିକଟରେ ଏଟିଏନ୍‌ଆଇ ନାମକ ଏକ ବିଶ୍ୱସ୍ତରୀୟ ଫାଉଣ୍ଡେସନ୍ ରିପୋର୍ଟରେ ଏହି ସବୁ କମ୍ପାନିର କିଛି ଖାଦ୍ୟପଦାର୍ଥକୁ କ୍ଷତିକାରକ ବୋଲି ପ୍ରକାଶ କରିଛି। ପେପସିକୋ ଦେଶରେ ପେପସି, ସେଭେନଅପ୍, ସ୍ଲାଇସ୍, ଷ୍ଟିଙ୍ଗ୍, ଚିପ୍ସ, କୁରକୁରେ ଇତ୍ୟାଦି ବିକ୍ରି କରେ। ସେହିପରି ୟୁନିଲିଭର ହର୍ଲିକ୍ସ, ରେଡ୍ ଲେଭଲ୍ ଚା, ତାଜମହଲ ଚା, ‌‌କ୍ଲୋଜ୍‌ଅପ୍‌ ଟୁଥ୍ ପେଷ୍ଟ , କ୍ଲିନିକ୍ ପ୍ଲସ୍ ସାମ୍ପୁ ଏବଂ ତେଲ, କପୋତ ସାବୁନ୍ ବିକ୍ରି କରେ। ଏହା ବ୍ୟତୀତ, ‌ଡେନୋନ୍ ଶିଶୁ ଖାଦ୍ୟ ସାମଗ୍ରୀ ବିକ୍ରୟ କରେ ଯେଉଁଥିରେ ପ୍ରୋଟିନେକ୍ସ ମଧ୍ୟ ଅନ୍ତର୍ଭୁକ୍ତ। ପେପସିକୋ, ୟୁନିଲିଭର, ଡେନୋନ୍ ପରି କମ୍ପାନିଗୁଡିକ ଭାରତ ସମେତ ସାରା ବିଶ୍ୱରେ ଅନେକ ପ୍ରକାରର ଉତ୍ପାଦ ବିକ୍ରି କରନ୍ତି। ଏଟିଏନ୍‌ଆଇ ପ୍ରକାଶ କରିଥିବା ରିପୋର୍ଟ ଅନୁଯାୟୀ, ଏହି କମ୍ପାନିଗୁଡିକ ଭାରତ ସମେତ ଅନ୍ୟାନ୍ୟ ଦେଶରେ ଖରାପ ଗୁଣବତ୍ତା ଉତ୍ପାଦ ବିକ୍ରି କରୁଛନ୍ତି।

Leave a Reply

Your email address will not be published. Required fields are marked *