ନୂଆଦିଲ୍ଲୀ,୧୨/୧୧: ପୁଣି ମଣିପୁରରେ ହିଂସା । CRPF କ୍ୟାମ୍ପ ଉପରେ ଆକ୍ରମଣ କରିଛନ୍ତି କୁକି ସମ୍ପ୍ରଦାୟର କେତେକ ଆତଙ୍କୀ । ଫଳରେ CRPF ମଧ୍ୟ ପାଲଟା ଜବାବ୍ ଦେଇଥିଲା । ଶିବିରରେ ହୋଇଥିବା ଆକ୍ରମଣ ପରେ CRPF ତରଫରୁ ଗୁଳିଚାଳନାରେ ୧୦ ଜଣ କୁକି ଆତଙ୍କୀ ପ୍ରାଣ ହରାଇଥିଲେ । ଏହା ସହ ସେମାନଙ୍କ ନିକଟରୁ ବ୍ୟାପକ ଅସ୍ତ୍ରଶସ୍ତ୍ର ମଧ୍ୟ ଉଦ୍ଧାର କରାଯାଇଥିଲା । ତେବେ ଏହି ଘଟଣାରେ ଜଣେ CRPF ଯବାନ ଗୁରୁତର ଆହତ ହୋଇଛନ୍ତି । ଏହା ପୂର୍ବରୁ କୁକି ଆତଙ୍କବାଦୀମାନେ ବୋରୋବେକ୍ରା ସ୍ଥିତ ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରିଥିଲେ । ଅନ୍ୟପଟେ ସଶସ୍ତ୍ର ଆତଙ୍କୀମାନେ ଜାକୁରାଡୋରର ମେତେଇ ସମ୍ପ୍ରଦାୟର ତିନି-ଚାରିଟି ଘରେ ମଧ୍ୟ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି । ଲଗାତର ଭାବେ ମଣିପୁରରେ ତୃତୀୟ ଦିନରେ ମଧ୍ୟ ହିଂସା ଜାରି ରହିଛି ।