ଭୁବନେଶ୍ୱର,୧୧/୧୧: ଆସନ୍ତା ୧୫ରୁ ରାଜ୍ୟର ଶୀତର ପ୍ରକୋପ ବଢ଼ିବାର ସମ୍ଭାବନା ରହିଛି। ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।ଶୀତର ପ୍ରକୋପ ଆରମ୍ଭ ହେଲାଣି। ବିଳମ୍ୱିତ ରାତିରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ସାମାନ୍ୟ କୁହୁଡି ଦେଖିବାକୁ ମିଳୁଥିବା ବେଳେ ଶୀତ ଅନୁଭୂତ ହେଉଛି। ଭୋରୁ ଭୋରୁ ପ୍ରବଳ ଶୀତ ହେଉଥିବା ଦେଖିବାକୁ ମିଳିଛି। ଆସନ୍ତା ୧୫ ତାରିଖରେ କାର୍ତ୍ତିକ ପୂର୍ଣ୍ଣମା ପଡୁଛି। ତା’ପରଠାରୁ ଶୀତର ପ୍ରକୋପ ବଢ଼ିବ ଅନୁମାନ କରାଯାଉଛି।ଅନ୍ୟପକ୍ଷରେ ଉପକୂଳ ଓଡ଼ିଶା ସହ କିଛି ଜାଗାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଓ ମୟୂରଭଂଜ, କେନ୍ଦୁଝରରେ ହାଲୁକା ବର୍ଷା ସମ୍ଭାବନା।