ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା

ନୂଆଦିଲ୍ଲୀ,୧୧/୧୧: ଆଜି ଶପଥ ନେଇଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା । ଜଷ୍ଟିସ୍ ଖାନ୍ନା ୫୧ ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଜଷ୍ଟିସ୍ ଖାନ୍ନା ପ୍ରଧାନ ବିଚାରପତି ପଦରେ ୬ ମାସ ଅର୍ଥାତ୍ ୨୦୨୫ ମେ’ ମାସ ୧୩ ତାରିଖ ପର୍ଯ୍ୟନ୍ତ ରହିବେ । ୧୯୮୩ରେ ଦିଲ୍ଲୀ ବାର୍ କାଉନସିଲରେ ଯୋଗଦେଇ ଓକିଲାତି ଜୀବନ ଆରମ୍ଭ କରିଥିଲେ । ନିର୍ବାଚନୀ ବଣ୍ଡ ରଦ୍ଦ ଠାରୁ ଆରମ୍ଭ କରି ଇଭିଏମ୍ ସ୍ବଚ୍ଛତା, ଜମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ କାଏମ ରଖିବା ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଏହା ସହ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆପ୍ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ ଭଳି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ଜଷ୍ଟିସ୍ ଖାନ୍ନା ।

Leave a Reply

Your email address will not be published. Required fields are marked *