ଭୁବନେଶ୍ୱର,୧୧/୧୧: ବଦଳିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧୀନ ନର୍ସଙ୍କ ଡ୍ରେସ କୋଡ୍। ଏଣିକି ନୂଆ ରଙ୍ଗ ଓ ନୂଆ ଡିଜାଇନର ଡ୍ରେସ୍ ପିନ୍ଧିବେ ନର୍ସ। ଆଉ ସେଥିରେ ରହିବ ସମ୍ବଲପୁରୀ ଛିଟ। ନର୍ସ ମାନେ ଲାଭେନଣ୍ଡର୍ ବା ହାଲୁକା ଗୋଲାପୀ ରଙ୍ଗର ଡ୍ରେସ୍ ପିନ୍ଧିବେ । ନର୍ସ ମାନେ ଉଭୟ ଗୋଲାପୀ ରଙ୍ଗର ପ୍ୟାଣ୍ଟ୍ ସର୍ଟ ପିନ୍ଧିବେ। ଆସିଷ୍ଟାଣ୍ଟ୍ ନର୍ସିଂ ସୁପରିଟେଣ୍ଡଣ୍ଟ୍ ମାନେ ସାୟନ୍ ବ୍ଲୁ ଅର୍ଥାତ ଲାଇଟ୍ ନୀଲ ରଙ୍ଗର ଡ୍ରେସ୍ ପିନ୍ଧିବେ। ଡେପୁଟି ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟଙ୍କ ଧଳା ଶାଢ଼ୀ ଓ ଡ୍ରେସ୍ ପିନ୍ଧିବେ। ସେଥିରେ ଥିବା ଆର୍ପନ୍ ର କଲାର୍ ସମ୍ବଲପୁରୀ ଛିଟ୍ ରହିବ। ସେହିପରି ପୁରୁଷ ଡେପୁଟି ନର୍ସିଂ ସୁପରିଟେଣ୍ଡେଣ୍ଟଙ୍କ ଧଳା ଜାକେଟ୍ ର କଲାରରେ ରହିବ ସମ୍ବଲପୁରୀ ଛିଟ। ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି।