ରାଜ୍ୟବାସୀଙ୍କୁ ମହାଶିବରାତ୍ରୀର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୧/୩: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ମହାଶିବରାତ୍ରି ତଥା ଜାଗର ପାଳନ ହେଉଛି। ଆଜି ସେହି ମହାଶିବରାତ୍ରି। ଏହି ଅବସରରେ ରାଜ୍ୟବାସୀଙ୍କୁ ମହାଶିବରାତ୍ରୀର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଭୁ ମହାଦେବଙ୍କ କୃପା ଓ ଆଶୀର୍ବାଦରୁ ବର୍ତ୍ତମାନର କଠିନ ସ୍ଥିତି ଶୀଘ୍ର ଦୂର ହେବା ସହ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧିରେ ଭରିଯାଉ ବୋଲି ଟ୍ବିଟ୍‌ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ।