ଭୁବନେଶ୍ୱର, ୧୦/୧୧: ଶୀତ ଦିନ ଆସିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗରମରୁ ନାହିଁ ନିସ୍ତାର । ନଭେମ୍ବରରେ ଥରାଇବା କଥା ଶୀତ କିନ୍ତୁ ଗରମର ପ୍ରକୋପ ଯାଉନାହିଁ । ରାଜସ୍ଥାନ, ଜୈସଲମେର ଏବଂ ବିକାନେର ରେ ଏବେ ବି ଗରମରୁ ମୁକ୍ତି ମିଳିନି । ରାଜସ୍ଥାନରେ ୧୨୩ ବର୍ଷର ରେକର୍ଡ ଭାଙ୍ଗିଛି ଗରମ । ବାଡମେରରେ ସୁବଠାରୁ ୩୭.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।ପାଣିପାଗ ବିଭାଗର କହିବାନୁଯାୟୀ ଥଣ୍ଡାର ପ୍ରଭାବ ନଭେମ୍ବରର ଦ୍ୱିତୀୟ ସପ୍ତାହରୁ କିଛି ମାତ୍ରାରେ ବଢିବାର ସମ୍ଭାବନା ଅଛି । ବାଡମେର ରେ ଏପର୍ଯ୍ୟନ୍ତ ଥଣ୍ଡା ପଡିନି। ଦିନରେ ପ୍ରବଳ ଗରମ ଅନୁଭୂତ ହେଉଛି । ଗରମରେ ହନ୍ତସନ୍ତ ହେଉଛନ୍ତି ବାଡମେରର ଲୋକେ ।