ଭୁବନେଶ୍ୱର,୧୦/୧୧: ଆଜି ପବିତ୍ର ଅଁଳା ନବମୀ । ଚଳଚଞ୍ଚଳ ସାକ୍ଷୀଗୋପାଳ ମନ୍ଦିର । ରାଧାପାଦ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗିଛି । ଓଡିଆଣୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀରାଧା । ଏଥିସହିତ ସାକ୍ଷୀଗୋପାଳ ଠାକୁର ନଟବର ବେଶରେ ସଜ୍ଜିତ ହୋଇ ଛନ୍ଦାଚରଣରେ ନୃତ୍ୟରତ ଭଙ୍ଗିରେ ଶୋଭାପାଉଛନ୍ତି । ହଜାର ହଜାର ଭକ୍ତ ଲମ୍ବା ଧାଡିରେ ଛିଡା ହୋଇ ମା’ଙ୍କ ଦର୍ଶନ ଲାଭ କରୁଛନ୍ତି । ସେହିଭଳି ବିଶ୍ୱାସ ରହିଛି ଆଜିର ଏହି ପବିତ୍ର ଦିନରେ ଅଁଳା ଗଛ ମୂଳରେ ଲାଲୀ ସୁତା ଗୁଡ଼ାଇ ଶଙ୍ଖା ସିନ୍ଦୁର ପୂଜା କରି ଅଁଳା ଗଛ ମୂଳରେ ୭ ଥର ପରିକ୍ରମା କରିଲେ ମାନସିକ ପୂରଣ ହେବା ସହ ପରିବାରର ମଙ୍ଗଳ କାମନା ହୁଏ । ସେହିପରି ଶ୍ରୀମନ୍ଦିରରେ ମଧ୍ୟ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି। ପଞ୍ଚୁକ ସମୟରେ ମୋଟ୍ ୩୮ ପ୍ଲାଟୁନ ପୋଲିସ ଫୋର୍ସ ପୁରୀରେ ନିୟୋଜିତ ହେବେ ।