ଆଜି ଛଟ୍ ପୂଜାର ଶେଷ ଦିନ, ନଦୀରେ ବୁଡ଼ ପକାଇବା ସହ ସୂର୍ଯ୍ୟଦେବଙ୍କୁ ଆରାଧନା କଲେ ବ୍ରତଧାରୀ

ଭୁବନେଶ୍ୱର,୮/୧୧: ଆଜି ଛଟ୍ ପୂଜାର ଶେଷ ଦିନ । ବ୍ରତଧାରୀ ମାନେ ନଦୀରେ ବୁଡ଼ ପକାଇବା ସହ ସୂର୍ଯ୍ୟଦେବଙ୍କୁ ଆରାଧନା କରୁଛନ୍ତି । ବିଶେଷ କରି ବିହାରୀ ସମ୍ପ୍ରଦାୟର ଲୋକେ ଏହି ପୂଜାକୁ ଧୁମଧାମରେ ପାଳନ କରୁଛନ୍ତି ।  ଛଟ୍ ଚଳିତବର୍ଷ ଚାରି ଦିନ ପାଳନ ହେଉଥିବା ବେଳେ ଆଜି ଏହାର ଶେଷ ଦିନ । ଓଡ଼ିଶାରେ ମଧ୍ୟ ଅନେକ ବିହାରୀ ସମ୍ପ୍ରଦାୟର ଲୋକ ବସବାସ କରୁଥିବା ବେଳେ ଛଟ୍ ପୂଜାକୁ ଧୁମଧାମରେ ପାଳନ କରୁଥିବା ଦେଖିବାକୁ ମିଳିଛି । କୁଆଖାଇ ଓ ମହାନଦୀ ପଠାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ସକାଳୁ ସକାଳୁ ବୁଡ଼ ପକାଇବା ସହ ସୂର୍ଯ୍ୟଦେବଙ୍କୁ ଆରାଧନା କରୁଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *