ଭୁବନେଶ୍ୱର,୭/୧୧: ଦିଲ୍ଲୀରେ ଦିନକୁ ଦିନ ପ୍ରଦୂଷଣ ବଢ଼ିବାରେ ଲାଗିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ପ୍ରଦୂଷଣ ପାଇଁ ମୁଖ୍ୟ ଭାବେ ପଡୋଶୀ ରାଜ୍ୟରେ ନଡ଼ା ଜାଳିବାକୁ ଦାୟୀ କରାଯାଉଛି। ସୁପ୍ରିମକୋର୍ଟଙ୍କ ତାଗିଦ ପରେ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ନଡ଼ା ଜାଳୁଥିବା ବ୍ୟକ୍ତିଙ୍କୁ ଦୁଇ ଗୁଣା ଜୋରିମାନା ଦେବାକୁ ନିର୍ଦେଶ ଦିଆଯାଇଛି । ନିୟମ ଅନୁସାରେ ୫ ଏକରରୁ ଅଧିକ ଜମି ଥିବା କୃଷକଙ୍କୁ ୩୦ ହଜାର ଟଙ୍କା , ୨ ଏକରରୁ କମ୍ ଜମି ଥିବା କୃଷକଙ୍କୁ ଜରିମାନା ୫ ହଜାର ଟଙ୍କା ଏବଂ ୨ ରୁ ୫ ଏକର ମଧ୍ୟରେ ଜମି ପାଇଁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ହେବ। ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢ଼ିବାରୁ ନିଶ୍ବାସ ନେବା ମଧ୍ୟ ରାଜଧାନୀବାସୀଙ୍କ ପାଇଁ କଷ୍ଟକର ହୋଇ ପଡୁଛି । ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।