ଭୁବନେଶ୍ୱର,୭/୧୧: ଆଉ ଦିନ କେଇଟା ଗଲେ କଟକ ଐତିହାସିକ ବାଲିଯାତ୍ରା । ଏନେଇ ଓଡ଼ିଶା ହାଇକୋର୍ଟ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। କେବଳ ଉପର ପଡ଼ିଆରେ ବାଲିଯାତ୍ରାର ଆୟୋଜନ ପାଇଁ ଅନୁମତି ମିଳିଛି। ଚଳିତ ବର୍ଷ ଉଭୟ ଉପର ଏବଂ ତଳ ପଡ଼ିଆରେ ବାଲିଯାତ୍ରା ଅନୁଷ୍ଠିତ ହେବ। କିନ୍ତୁ ଆସନ୍ତା ବର୍ଷ ଉପର ପରିବର୍ତ୍ତେ କେବଳ ତଳ ପଡ଼ିଆରେ ବାଲିଯାତ୍ରା ପାଇଁ ପ୍ରଶାସନ ପଦକ୍ଷେପ ବୋଲି ହାଇକୋର୍ଟ କହିଛନ୍ତି।ଏହାସହ ହାଇକୋର୍ଟ କହିଛନ୍ତି ଯେ, ବାଲିଯାତ୍ରାରେ ଅସମ୍ଭାଳ ଭିଡ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବାର ଆବଶ୍ୟକତା ରହିଛି। ବାଲିଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ରାସ୍ତାର ବ୍ୟବସ୍ଥା କରିବ। ରାସ୍ତାକଡ଼ କିମ୍ବା ଫୁଟପାଥ ଉପରେ ବ୍ୟବସାୟକୁ ସମ୍ପୂର୍ଣ ନିଷେଧ କରିଛନ୍ତି ହାଇକୋର୍ଟ। ଆମ୍ବୁଲାନ୍ସ ଏବଂ ଅତ୍ୟାବଶ୍ୟକୀୟ ସେବା ପାଇଁ ଗ୍ରୀନ କରିଡର ବ୍ୟବସ୍ଥା କରୁଛି ପ୍ରଶାସନ।
ସୂଚନାଯୋଗ୍ୟ, ଆସନ୍ତା ନଭେମ୍ବର ୧୫ରୁ ମହାନଦୀପଠାରେ ବାଲିଯାତ୍ରା ଆରମ୍ଭ ହେବ। ଏହି ଯାତ୍ରା ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ।