ଦାନା ବାତ୍ୟାରେ କ୍ଷତିଗ୍ରସ୍ତ ଜିଲ୍ଲା ଗୁଡ଼ିକୁ ସହାୟତା ରାଶି ପ୍ରଦାନ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୬/୧୧: ଦାନା ବାତ୍ୟାରେ କ୍ଷତିଗ୍ରସ୍ତ ଜିଲ୍ଲା ଗୁଡ଼ିକୁ ସହାୟତା ରାଶି ପ୍ରଦାନ କରିଛନ୍ତି ରାଜ୍ୟ ସରକାର। କ୍ଷତିଗ୍ରସ୍ତ ଜିଲ୍ଲାଗୁଡ଼ିକୁ ବିଭିନ୍ନ ପ୍ରକାରର କ୍ଷୟକ୍ଷତି ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ପ୍ରାଥମିକ ପର୍ଯ୍ୟାୟରେ ୪୨୩.୦୫ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଏହା ପୂର୍ବରୁ ବାତ୍ୟା ଦାନା କ୍ଷୟକ୍ଷତିର ଆସିଥିଲା ଚୂଡ଼ାନ୍ତ ରିପୋର୍ଟ । ଦାନା ଉଡ଼ାଇଲା ୬୧୬ କୋଟି ୧୯ ଲକ୍ଷ ୩୦ ହଜାର ଟଙ୍କା । ବାତ୍ୟା ଓ ବନ୍ୟା ପ୍ରଭାବରେ ୧୪ ଜିଲ୍ଲା ପ୍ରଭାବିତ ହୋଇଥିଲା । ୧୬୬ ବ୍ଲକରୁ ୧୩୧ ବ୍ଲକ ପ୍ରଭାବିତ ହୋଇଛି । ୧୧୬୩୭ ଗାଁ ଓ ୪୧.୦୪ ଲକ୍ଷ ଲୋକ ବାତ୍ୟାରେ ପ୍ରଭାବିତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *