ଭୁବନେଶ୍ୱର, ୬/୧୧: ଭିଜିଲାନ୍ସ ଜାଲରେ ଇଡକୋ ଜୁନିଅର ମ୍ୟାନେଜର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଆଜି ସକାଳୁ ଇଡକୋ ଜୁନିଅର ମ୍ୟାନେଜର (ସିଭିଲ୍) ବିଜୟ କୁମାର ଉଦୟସିଂହଙ୍କ ଘରେ ଚଢ଼ଉ ଚାଲିଛି। ଭିଜିଲାନ୍ସ୍ ଟିମ୍ ଭୁବନେଶ୍ୱର, ଖୋର୍ଦ୍ଧା ଓ ପୁରୀର ୬ଟି ସ୍ଥାନରେ ଏକକାଳୀନ ଚଢ଼ଉ କରୁଛି। ୮ ଡିଏସପି, ୮ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲେନ୍ସ ଦ୍ୱାରା ଏକକାଳୀନ ଏହି ଚଢ଼ଉ କରାଯାଉଛି।ସୂଚନା ଅନୁଯାୟୀ, ରାଜଧାନୀର ଆର୍ଯ୍ୟ ବିହାରର ୫୦୪ ନମ୍ବର ପ୍ଲଟ୍ ରେ ନିର୍ମିତ ବିଜୟ କୁମାର ଉଦୟସିଂହଙ୍କ ଆବସିକ ଭବନ, ପୁରୀ ଜିଲ୍ଲା ବାଲୁଖଣ୍ଡରେ ଥିବା ଫ୍ଲାଟ୍, ଖୋର୍ଦ୍ଧା ଜଙ୍କିଆରେ ଥିବା ପୈତୃକ ଘର, ଭୁବନେଶ୍ୱରରେ ଥିବା କାର୍ଯ୍ୟାଳୟ, ଜଙ୍କିଆରେ ଥିବା କ୍ରସର୍ ଏବଂ ସାମନ୍ତରାପୁରରେ ଥିବା ସଂପର୍କୀୟଙ୍କ ଘରେ ଚଢ଼ଉ ଜାରି ରହିଛି।