ରାଜ୍ୟର ସମସ୍ତ ବନ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର, ୧୦/୩: ରାଜ୍ୟରେ କିଛି ଦିନ ହେବ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। ଏହି ନିଆଁ ଲାଗିବା ଘଟଣାରେ ରାଜ୍ୟର ସମସ୍ତ ବନ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।ଜଙ୍ଗଲରେ ଲାଗିଥିବା ନିଆଁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏହିପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଯଦି ଅତି ଜରୁରୀ ହୁଏ ତେବେ ଡିଏଫଓଙ୍କ ଅନୁମତି ନେଇ କର୍ମଚାରୀମାନେ ଛୁଟି ନେଇପାରିବେ । ଏହାସହ ପିସିସିଏଫଙ୍କୁ ମଧ୍ୟ ଛୁଟି ନେଇ ଅବଗତ କରିବାକୁ ପଡ଼ିବ ବୋଲି ବନ ବିଭାଗ କହିଛି।