ଭୁବନେଶ୍ୱର,୪/୧୧: ଭିଜିଲାନ୍ସ ଜାଲରେ ଆଉ ଜଣେ ଜେଇ । କନ୍ଧମାଳ ଫିରିଙ୍ଗିଆ ବ୍ଲକର କନିଷ୍ଠ ଯନ୍ତ୍ରୀ ଅଶୋକ କୁମାର ପାଢ଼ୀ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଧରାପଡ଼ିଛନ୍ତି । ଫୁଲବାଣୀ ଭିଜିଲାନ୍ସ ଟିମ ତାଙ୍କୁ ଲାଞ୍ଚ ଟଙ୍କା ସହିତ ଗିରଫ କରିଛି । ଠିକା କାମର ବିଲ କରାଇ ଦେବା ପାଇଁ ଠିକାଦାର ରଘୁନାଥ ମହାକୁଡ଼ଙ୍କ ଠାରୁ ଲାଞ୍ଚ ନେଉଥିଲେ । ଏକକାଳୀନ ୪ଟି ସ୍ଥାନରେ ବର୍ତ୍ତମାନ ଭିଜିଲାନ୍ସ ଟିମ ଚଢାଉ କରିଛନ୍ତି । ଫିରିଙ୍ଗିଆ ସ୍ଥିତ କାର୍ଯ୍ୟାଳୟ, ବାସଭବନ ସହ ବ୍ରହ୍ମପୁରର ପୌତୃକ ଘର ଏବଂ ଲୋଚ୍ଛାପଡ଼ା ସ୍ଥିତ ଶଶୁର ଘରେ ରେଡ ଜାରି ରଖିଛନ୍ତି ବ୍ରହ୍ମପୁର ଏବଂ ଫୁଲବାଣୀ ଭିଜିଲାନ୍ସ ଟିମ । ଫୁଲବାଣୀ ଭିଜିଲାନ୍ସ ଡିଏସପି ଏହି ସୂଚନା ଦେଇଛନ୍ତି ।