ମୁମ୍ବାଇ, ୩/୧୧: ମୁମ୍ବାଇ ପୁଲିସ କଣ୍ଟ୍ରୋଲ ରୁମକୁ ଏକ ଧମକପୂର୍ଣ୍ଣ କଲ୍ ଆସିଛି। ଯେଉଁଥିରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଛି। ଏହି ଧମକ ଏକ ଅଜ୍ଞାତ ନମ୍ବରରୁ ଦିଆଯାଇଛି। ୧୦ ଦିନରେ ଇସ୍ତଫା ନ ଦେଲ ବାବା ସିଦ୍ଦିକଙ୍କ ଭଳି ଅବସ୍ଥା ହେବ ବୋଲି ଧମକରେ କୁହାଯାଇଛି। ଶନିବାର ସନ୍ଧ୍ୟାରେ ଆସିଥିବା ଧମକପୂର୍ଣ୍ଣ କଲ ପରେ ମୁମ୍ବାଇ ପୁଲିସକୁ ସତର୍କ କରାଯାଇଛି। କଲ୍ କରିଥିବା ବ୍ୟକ୍ତିଙ୍କୁ ଖୋଜା ଚାଲିଛି।
ମୁମ୍ବାଇ ପୁଲିସର କଣ୍ଟ୍ରୋଲ ରୁମକୁ ମିଳିଥିବା କଲ୍ର ତଦନ୍ତ ଆରମ୍ଭ କରିଛି ପୁଲିସ। ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡର ପାଇଁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ୍ ନେଇଥିଲେ।