ଟ୍ରାକ ସଫା କରୁଥିବା ସଫେଇ କର୍ମଚାରୀଙ୍କୁ ଧକ୍କା ଦେଲା ଟ୍ରେନ, ୪ମୃତ

ଭୁବନେଶ୍ୱର, ୨/୧୧: ରେଲୱେ ଟ୍ରାକ ସଫା କରୁଥିବା ସଫେଇ କର୍ମଚାରୀଙ୍କୁ ଧକ୍କା ଦେଲା ଟ୍ରେନ। ଦୁର୍ଘଟଣାରେ ୪ ସଫେଇ କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ଏଭଳି  ଘଟଣା କେରଳର ପାଲକ୍କଡ ନିକଟ ଶୋରନୁର ଷ୍ଟେସନଠାରୁ ଅଳ୍ପ ଦୂରରେ ଘଟିଛି। କେରଳ ଏକ୍ସପ୍ରେସ ଧକ୍କାରେ ମୃତ୍ୟୁ ଘଟିଥିବା ୪ ସଫେଇ କର୍ମଚାରୀଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୩ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି।ରେଳବାଇ ପୁଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତିନୋଟି ମୃତଦେହ ଜବତ କରିଛି। ଚତୁର୍ଥ ମୃତଦେହ ନିକଟ ଭରତପୁଝା ନଦୀରେ ପଡ଼ିଯାଇଥିବା ଜଣାପଡିଛି। ଯାହାକୁ ଖୋଜିବା ପାଇଁ ଉଦ୍ୟମ ଜାରି ରହିଥିବା ପୁଲିସ ଅଧିକାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *