ରାଜ୍ୟରେ ଆସନ୍ତା ୩ରୁ ୫ ତାରିଖ ପର୍ଯ୍ୟନ୍ତ ଶୁଖିଲା ରହିବ ପାଗ

ଭୁବନେଶ୍ୱର,୨/୧୧: ଆସନ୍ତା ୭ଦିନ ମଧ୍ୟରେ ଲଘୁଚାପ ହେବାର କୌଣସି ସମ୍ଭାବନା ନାହିଁ । ରାଜ୍ୟରେ ଆସନ୍ତା ୩ରୁ ୫ ତାରିଖ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ । ତେବେ ୬ ଓ ୭ ତାରିଖରେ ଉପକୂଳ ଜିଲ୍ଲାର କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ବର୍ତ୍ତମାନ ଉତ୍ତର ଉତ୍ତର-ପୂର୍ବ ଦିଗରୁ ପବନ ବହୁଛି । ସ୍ଥାନୀୟ ବାୟୁ ମଣ୍ଡଳ ସହ ଏହା ମିଶିବା ପରେ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହେଉଛି । ବର୍ଷା ନେଇ ଆଜି ପାଇଁ କୌଣସି ୱାର୍ଣ୍ଣିଂ ନଥିବା ସ୍ପଷ୍ଟ କରିଛି ପାଣିପାଗ ବିଭାଗ । ସେପଟେ ଟ୍ୱିନ୍ ସିଟିରେ ବାୟୁ ପ୍ରଦୂଷଣର ଭୟଙ୍କର ସ୍ଥିତିରେ ରହିଛି । ଭୁବନେଶ୍ୱର ଓ କଟକରେ ଦୁଇ ଦିନ ଧରି ଦୀପାବଳି ପାଳନ ବେଳେ ବାଣ ଫୁଟାଇବା ପରେ ବିଗିଡ଼ିଯାଇଛି ପୁରା ପରିବେଶ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିୟମକୁ ଫୁ କରି ଉଡ଼ାଇ ଦେଇଛନ୍ତି ଟ୍ୱିନ୍ ସିଟି ବାସିନ୍ଦା । ରାତି ୯ ପର୍ଯ୍ୟନ୍ତ ବାଣ ଫୁଟାଇବା ପାଇଁ ନିର୍ଦ୍ଦେଶନାମା ଜାରୀ ହୋଇଥିବା ବେଳେ ଏହି ନିୟମକୁ ଖୋଲାଖୋଲି ଉଲଂଘନ ହୋଇଥିବା ଦେଖିବାକୁ ମିଳିଛି । ଫଳରେ ଧୂଆଁମୟ ପରିବେଶ ଭିତରେ ଲୋକେ ଅଣନିଶ୍ୱାସୀ ଅନୁଭବ କରିଛନ୍ତି । ଏମିତିକି ଗତକାଲି ସନ୍ଧ୍ୟା ପରଠୁ ଦୃଶ୍ୟମାନ କ୍ଷମତା ହ୍ରାସ ପାଇଥିଲା । ଗାଡି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା ।

Leave a Reply

Your email address will not be published. Required fields are marked *