ଭୁବନେଶ୍ୱର, ୧/୧୧: କେନ୍ଦୁଝର ଜିଲ୍ଲାରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ହେବ। ଜେଏସ୍ଡବ୍ଲ୍ୟୁ ଓ ପୋସ୍କୋର ମିଳିତ ସହଯୋଗରେ ଏହି ମେଗା ଷ୍ଟିଲ କାରଖାନା ନିର୍ମାଣ ହେବ। କେନ୍ଦୁଝର ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। କିଛି ମାସ ପୂର୍ବରୁ ଦିଲ୍ଲୀ ଓ ମୁମ୍ବାଇରେ ମେକ୍ ଇନ୍ ଓଡ଼ିଶାର ରୋଡ୍ ସୋ’ର ଆୟୋଜନ ହୋଇଥିଲା। ସେହି ସମୟରେ ଉଭୟ ଜେଏସ୍ଡବ୍ଲ୍ୟୁ ଓ ପୋସ୍କୋ ସହିତ ଆଲୋଚନା କରିଥିଲେ। ଏବେ ଏହି ୨ କଂପାନି ବୁଝାମଣା ପତ୍ର ସ୍ବାକ୍ଷର କରିିଛନ୍ତି। ସେମାନେ କେନ୍ଦୁଝରରେ ଷ୍ଟିଲ କାରାଖାନା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।