ରତ୍ନଭଣ୍ଡାର ଭିତରେ କୌଣସି ବି ଗୁପ୍ତ ସୁଡଙ୍ଗ ନାହିଁ : ଆଇନମନ୍ତ୍ରୀ

ଭୁବନେଶ୍ୱର,୧/୧୧: ରତ୍ନଭଣ୍ଡାରକୁ ନେଇ ଆସିଲା ବଡ ଖବର । ରତ୍ନଭଣ୍ଡାର ଭିତରେ କୌଣସି ବି ସୁଡଙ୍ଗ କିମ୍ବା ଗୁପ୍ତ କୋଠରୀ ନାହିଁ । ତେବେ ଜିପିଆର ସର୍ଭେ ପରେ ପ୍ରାରମ୍ଭିକ ଆଲୋଚନାରୁ ଏହା ଜଣାପଡିଛି । ଆଉ ଚୂଡାନ୍ତ ରିପୋର୍ଟ ଆସିବା ପରେ ଏନେଇ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ, କାର୍ତ୍ତିକ ମାସରେ ଭିଡ ରହୁଥିବାରୁ ଏବେ ମରାମତି ସମ୍ଭବପର ନୁହେଁ । କାର୍ତ୍ତିକ ପୂର୍ଣ୍ଣିମା ପରେ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହେବ । ତେବେ ବିଭିନ୍ନ ସ୍ଥାନରେ ବଡ ଫାଟ ଥିବା ଜଣାପଡିଛି । ପ୍ରାୟ ମାସେ ଧରି ମରାମତି ପରେ ରତ୍ନଭଣ୍ଡାର ରତ୍ନର ଗଣତି ମଣତି ଆରମ୍ଭ ହେବ । ତେବେ ପୂର୍ବ ତାଲିକା ଅନୁସାରେ ବର୍ତ୍ତମାନର ତାଲିକାକୁ ମିଶାଇ ୭ ଦିନରେ ରିପୋର୍ଟ ପ୍ରକାଶ ପାଇବ ବୋଲି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *