ଭୁବନେଶ୍ୱର,୩୧/୧୦: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରଥମ ଥର ପାଇଁ ବିଦେଶ ଗସ୍ତ କରୁଛନ୍ତି। ସେ ଆସନ୍ତା ୨ ତାରିଖ ଠାରୁ ୭ ଦିନ ପାଇଁ ଲଣ୍ଡନ ଗସ୍ତରେ ଯିବେ ବୋଲି ଜଣାପଡ଼ିଛି। ‘Tourism Odyssey: Strengthening ties with Diaspora and Industry Leaders” କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ସେ ସାତଦିନିଆ ଲଣ୍ଡନ ଗସ୍ତ କରିବେ।କେନ୍ଦ୍ର ଓ ରାଜ୍ୟ ସରକାର ପର୍ଯ୍ୟଟନ ଶିଳ୍ପକୁ ଯଥେଷ୍ଟ ଗୁରୁତ୍ବ ଦେଉଛନ୍ତି। ଏହି କ୍ରମରେ ମୋହନ ମାଝୀଙ୍କ ସରକାର ଆର୍ଥିକ ବର୍ଷ ୨୦୨୪-୨୫ ବଜେଟରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ଭଲ ପୁଞ୍ଜି ନିବେଶ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥି ସହିତ ରାଜ୍ୟ ପର୍ଯ୍ୟଟନକୁ ଦେଶୀ-ବିଦେଶୀ ପର୍ଯ୍ୟଟକଙ୍କ ପ୍ରତି ଆକର୍ଷଣ କରିବା ପାଇଁ ଏକାଧିକ ପଦକ୍ଷେପ ନେଇଚନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଦେଶ ମାଟିରେ ସେ ଓଡିଶା ପର୍ଯ୍ୟଟନ ବିକାଶର ଅପାର ସମ୍ଭାବନା ଉପରେ ଆଲୋକପାତ କରିବେ।