ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ଘଟଣାରେ କଣ କହିଲେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଭୁବନେଶ୍ୱର, ୧୦/୩: ରାଜ୍ୟରେ ଏବେ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳୁଛି। ଏହାରି ମଧ୍ୟରେ ରାଜ୍ୟର ଶିମିଳିପାଳ ଓ ଅନ୍ୟ ଜଙ୍ଗଲରେ ନିଆଁ ଲାଗିବା ଘଟଣାରେ ଆଜି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଓଡ଼ିଶାକୁ କେନ୍ଦ୍ରୀୟ ବିଶେଷଜ୍ଞ କମିଟି ପଠାଯିବ। ସେନେଇ ଏକ ଟିମ ମଧ୍ୟ ଗଠନ କରାଯିବ।ଜଙ୍ଗଲ ନିଆଁ ପରିଚାଳନା ପାଇଁ ରାଜ୍ୟ ବନ ବିଭାଗକୁ ସାହାଯ୍ୟ କରିବ ଏହି ଟିମ୍ ।

ଉଲ୍ଲେଖଯୋଗ୍ୟ ଯେ ଜଙ୍ଗଲରେ ନିଆଁ ଲାଗିିବା ପ୍ରସଙ୍ଗରେ ଜାଭଡ଼େକରଙ୍କ ହସ୍ତକ୍ଷେପ ଲୋଡ଼ିଥିଲା ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ତାଙ୍କୁ ସଂସଦୀୟ ଟିମ୍‌ ଭେଟି ଥିବା ସୂଚନା ରହିଛି।