ବଲିଉଡ ଅଭିନେତା ସଲମାନ ଖାନଙ୍କୁ ପୁଣି ଥରେ ହତ୍ୟା ଧମକ

ନୂଆଦିଲ୍ଲୀ,୩୦/୧୦: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି । ମୁମ୍ବାଇ ଟ୍ରାଫିକ ପୁଲିସ କଣ୍ଟ୍ରୋଲ ରୁମକୁ ଏନେଇ ଏକ ମେସେଜ ଆସିଛି। ମେସେଜ ପଠାଇଥିବା ବ୍ୟକ୍ତି ୨ କୋଟି ଟଙ୍କା ଦାବି କରିଛି। ଯଦି ଟଙ୍କା ନମିଳେ, ତେବେ ସଲମାନଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଛି।

ସୂଚନାଯୋଗ୍ୟ ଯେ ମଙ୍ଗଳବାର ମୁମ୍ବାଇ ଟ୍ରାଫିକ ପୁଲିସର କଣ୍ଟ୍ରୋଲ ରୁମକୁ ଏହି ମେସେଜ ଆସିଥିଲା। ​​ଯେଉଁଥିରେ ଜଣେ ଅଜ୍ଞାତ ବ୍ୟକ୍ତି ଧମକ ଦେଇଥିବା କୁହାଯାଉଛି। ଏହି ଧମକପୂର୍ଣ୍ଣ ମେସେଜ ମିଳିବା ପରେ ମୁମ୍ବାଇର ୱର୍ଲି ଥାନାରେ ଏକ ମାମଲା ରୁଜୁ ହୋଇଛି ଏବଂ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସଲମାନ ଖାନଙ୍କୁ ଏହା କେବଳ ଗୋଟିଏ ଦିନରେ ମିଳିଥିବା ଦ୍ୱିତୀୟ ଧମକ। ମଙ୍ଗଳବାର ଦିନ ସଲମାନ ଖାନ ଏବଂ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କ ବିଧାୟକ ପୁଅ ଜିଶାନ ସିଦ୍ଦିକିଙ୍କୁ ଆଉ ଏକ ହତ୍ୟା ଧମକ ମିଳିଥିଲା। ଉଭୟଙ୍କୁ ଟଙ୍କା ମଧ୍ୟ ମଗାଯାଇଥିଲା। ଏହି ମାମଲାରେ ପୁଲିସ ନୋଏଡାରୁ ମହମ୍ମଦ ତୈୟାବ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *