ରାଜଧାନୀରେ ମାଛ ପାଇଁ ମହାଭାରତ, ହୋଟେଲରେ ରୋଷେୟାଙ୍କୁ ହତ୍ୟା କଲା ଅନ୍ୟ ଜଣେ କର୍ମଚାରୀ

ଭୁବନେଶ୍ୱର, ୩୦/୧୦: ରାଜଧାନୀର ଏକ ହୋଟେଲରେ ମାଛ ପାଇଁ ହୋଇଛି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଡମଣା ଛକରେ ଥିବା ହୋଟେଲ ତାରାଦେଇରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ସାମାନ୍ୟ ମାଛ ପାଇଁ ରୋଷେୟାଙ୍କୁ ହତ୍ୟା କଲା ଅନ୍ୟ ଜଣେ ହୋଟେଲର କର୍ମଚାରୀ । ମୃତକ ହୋଟେଲ ରୋଷେୟା ଗଞ୍ଜାମ ସୋରଡାର ପୀତାମ୍ବର ଜେନା ବୋଲି ଜଣାଯାଇଛି। ସେ ୧୫ ବର୍ଷ ଧରି ଉକ୍ତ ହୋଟେଲରେ ରୋଷେୟା ଭାବେ କାମ କରୁଥିଲେ।

ସୂଚନା ଅନୁଯାୟୀ, ଗତ ରାତିରେ ମାଛ ଖାଇବାକୁ ନେଇ ହୋଟେଲର ଜଣେ କର୍ମଚାରୀ ଓ ପୀତାମ୍ବରଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ଅଭିଯୁକ୍ତ ଜଣକ ପୀତାମ୍ବରଙ୍କୁ ଗୋଡ଼ାଇ ଗୋଡ଼ାଇ ପନିକିରେ ହାଣିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ପୁଲିସ୍‌ ଓ ମୃତକଙ୍କ ପରିବାର ଲୋକେ ହୋଟେଲ ନିକଟରେ ପହଞ୍ଚିଛନ୍ତି। ସାଇଣ୍ଟିଫିକ୍‌ ଟିମ୍‌ ସାମ୍ପଲ ସଂଗ୍ରହ କରି ସାରିବା ପରେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇବ ପୁଲିସ୍‌।

Leave a Reply

Your email address will not be published. Required fields are marked *