ଅଗ୍ନିଶମ ବିଭାଗରେ ଯୋଡି ହେଲା ୨୨ଟି ଫାୟାର ଫାଇଟିଙ୍ଗ ରୋବଟ

ଭୁବନେଶ୍ୱର,୨୯/୧୦: ଅଗ୍ନିଶମ ବିଭାଗକୁ ଅଧିକ ସଶକ୍ତ ଓ ମଜଭୁତ କରିବା ନିମନ୍ତେ ୨୨ଟି ଫାୟାର ଫାଇଟିଙ୍ଗ ରୋବଟିକ୍‌ ମନିଟରକୁ ସାମିଲ କରାଯାଇଛି।  ଯେଉଁ ସ୍ଥାନରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ପାରୁ ନାହାନ୍ତି ଏବେ ସେଠାରେ ପହଞ୍ଚି ନିଆଁ ଲିଭାଇବ ରୋବଟ। ଓଡ଼ିଶାରେ ପ୍ରଥମ ଥର ପାଇଁ ନିଆଁ ଲିଭାଇବା ନିମନ୍ତେ ଏପରି ଅତ୍ୟାଧୁନିକ ଜ୍ଞାନ କୌଶଳ ସମ୍ପନ୍ନ ରୋବଟକୁ ବ୍ୟବହାର କରାଯାଉଛି।

ସୂଚନାଯୋଗ୍ୟ ଯେ ଆଜି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ତଥା ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ । ଏହି ଅବସରରେ ଓଡ଼ିଶା ଅଗ୍ନିଶମ ଓ ବିପତ୍ତି ନିସ୍ତାର ପ୍ରତିଷ୍ଠାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ବି ଉପସ୍ଥିତ ରହିବେ ।

Leave a Reply

Your email address will not be published. Required fields are marked *