ବରୋଦାରେ ପ୍ରଧାନମନ୍ତ୍ରୀ ମୋଦୀ ଓ ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ରୋଡ ସୋ

ନୂଆଦିଲ୍ଲୀ,୨୮/୧୦: ଗୁଜୁରାଟ ବରୋଦାରେ ପ୍ରଧାନମନ୍ତ୍ରୀ ମୋଦୀ ଓ ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ରୋଡ ସୋ କରିଛନ୍ତି। ରାସ୍ତାର ଦୁଇପଟେ ଦୁଇ ରାଷ୍ଟ୍ରନେତାଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଛି । ମୋଦୀଙ୍କ ଗସ୍ତକୁ ଆଖିରେ ରଖି ବଦୋଦରାରେ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି । ଗସ୍ତ ଅବସରରେ ଦେଶର ପ୍ରଥମ ମିଲିଟାରି ଏୟାରକ୍ରାଫ୍ଟ କାରଖାନା, ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସର ଉଦଘାଟନ କରିଛନ୍ତି  ମୋଦୀ ।

ଏଥିରେ ସ୍ପେନ ଓ ଭାରତ ମିଳିତ ଭାବେ ମିଲିଟାରି ଏୟାରକ୍ରାଫ୍ଟ ସି- ୨୯୫ର ନିର୍ମାଣ କରିବେ । ସି-୨୯୫ କାର୍ୟ୍ୟକ୍ରମ ଅଧୀନରେ ସମୁଦାୟ ୫୬ ବିମାନ ଉତ୍ପାଦନ ହେବ। ସେଥିମଧ୍ୟରୁ ୧୬ଟି ସ୍ପେନରୁ ଏୟାରବସ ଦ୍ୱାରା ସିଧାସଳଖ ବିତରଣ କରାଯାଉଛି । ଅବଶିଷ୍ଟ ୪୦ଟି ଭାରତରେ ତିଆରି ହେବ।

Leave a Reply

Your email address will not be published. Required fields are marked *