ଫିଲିପାଇନ୍ସରେ ସାମୁଦ୍ରିକ ଝଡ଼ ଟ୍ରାମିର ତାଣ୍ଡବ: ୧୩୦ ମୃତ, ଅନେକ ନିଖୋଜ

ନୂଆଦିଲ୍ଲୀ,୨୮/୧୦: ଫିଲିପାଇନ୍ସରେ ସାମୁଦ୍ରିକ ଝଡ଼ ‘ଟ୍ରାମି’ ତାଣ୍ଡବ ରଚିଛି । ଫିଲିପାଇନ୍ସର ଉତ୍ତର-ପଶ୍ଚିମମାଞ୍ଚଳର ବାତାଙ୍ଗସ୍ ପ୍ରଦେଶରେ ଆସିଥିବା ସାମୁଦ୍ରିକ ଝଡ଼ ‘ଟ୍ରାମି’ ପ୍ରାୟ ୧୩୦ ଲୋକ ପ୍ରାଣ ହାଇଛନ୍ତି । ସେହିପରି ଶତାଧିକ ଲୋକ ଏବେ ବି ନିଖୋଜ ରହିଛନ୍ତି । ଏହାସହ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଶୁକ୍ରବାର ବାତାଙ୍ଗସ୍ ପ୍ରଦେଶର ତାଲିସେ ଅଞ୍ଚଳରେ ତାଣ୍ଡବ ରଚିଥିଲା ବାତ୍ୟା ‘ଟ୍ରାମିଂ’ । ଏହା ସ୍ଥାନୀୟ ଅଞ୍ଚଳରେ ବନ୍ୟା ବିଭୀଷିକା ରଚିଥିଲା । ପ୍ରବଳ ବର୍ଷା ଏବଂ ଭୂ-ସ୍ଖଳନ ହୋଇଛି । ନଦୀ ଗୁଡ଼ିକରେ ବନ୍ୟା ଜଳାମଗ୍ନ ହୋଇଛି ପୂରା ଅଞ୍ଚଳର । ଏହି ବନ୍ୟା ଏଯାବତ୧୩୦ରୁ ଅଧିକ ଲୋକଙ୍କ ଜୀବନ ନେଇଛି । ପ୍ରାକୃତିକ ବିପର୍ୟ୍ୟୟରେ ଅନେକ ଆହତ ହୋଇଥିବା ବେଳେ ଶତାଧିକ ଲୋକ ନିଖୋଜ ରହିଛନ୍ତି ।

Leave a Reply

Your email address will not be published. Required fields are marked *