ଏଣିକି ଥାନାର ରିସେପସନ୍ ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀ ପିନ୍ଧିବେ ବଡି କ୍ୟାମେରା

ଭୁବନେଶ୍ୱର,୨୭/୧୦:ଥାନାରେ ଉତ୍ପାତ କରୁଥିଲେ ସାବଧାନ । ଅମାନିଆଙ୍କୁ ସାବାଡ଼ କରିବ ପୋଲିସ । ଏଣିକି ସବୁ ଥାନାର ରିସେପସନ୍ ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀ ପିନ୍ଧିବେ ବଡି କ୍ୟାମେରା । କ୍ୟାମେରାରେ ଥିବା ସ୍ୱତନ୍ତ୍ର ବଟନ ଚିପିଲେ ରେକର୍ଡ ସମସ୍ତ ଦୃଶ୍ୟକୁ ଫୋନ୍ ମାଧ୍ୟମରେ ଦେଖି ପାରିବେ ସିପି ଓ ଡିସିପି । ରେକର୍ଡ ଭିଡିଓ ଆଧାରରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଅନେକ ସମୟରେ ଉପୁଜୁଥିବା ଅପ୍ରୀତିକର ପରିସ୍ଥିତିକୁ ଏଡାଇ ଦିଆଯାଇପାରିବ ।କମିଶନରେଟ୍ ପୋଲିସର ବିଭିନ୍ନ ଥାନାରେ ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହୋଇଛି ।ପ୍ୟାନିକ୍ ବଟନ ଦବାଇବା ମାତ୍ରେ ସମସ୍ତ ଅଭାବନୀୟ ଘଟଣା ରେକର୍ଡ ହେବ । ପୂର୍ବରୁ ଅନେକ ସମୟରେ ଥାନାରେ ମାତାଲ୍ ଯୁବତୀ ଓ ଯୁବକ ଆସି ପୋଲିସକୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବାର ଦୃଶ୍ୟ ସାମ୍ନାକୁ ଆସିଛି ।

Leave a Reply

Your email address will not be published. Required fields are marked *