ଇରାନ ଉପରେ ଇସ୍ରାଏଲ ଆକ୍ରମଣ, ପ୍ରତିଆକ୍ରମଣ କଲେ ସ୍ଥିତି ହେବ ଭୟଙ୍କର

ଭୁବନେଶ୍ୱର,୨୭/୧୦: ଇରାନ ଉପରେ ବଡ଼ ଧରଣର ଆକ୍ରମଣ କରିଛି ଇସ୍ରାଏଲ। ଆତ୍ମରକ୍ଷା ପାଇଁ ଏହି ଆକ୍ରମଣ ଯୁକ୍ତିସଂଗତ। କେବଳ ସେତିକି ନୁହେଁ, କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ପାଇଁ ନାଗରିକମାନେ ସତର୍କ ରହିବା ପାଇଁ ଆଇଡିଏଫ୍‌ ପରାମର୍ଶ ଦେଇଛି। ଇସ୍ରାଏଲର ଆକ୍ରମଣରେ ଇରାନର ୨ ସୈନିକଙ୍କର ମୃତ୍ୟୁ ହୋଇଛି।

ଯଦି ଇରାନ ପ୍ରତିଆକ୍ରମଣ କରେ ତା’ହେଲେ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଇସ୍ରାଏଲ ଚେତାବନୀ ଦେଇଛି। ଆମେରିକା ମଧ୍ୟ ଦୁଇ ରାଷ୍ଟ୍ରକୁ ଯୁଦ୍ଧ ବନ୍ଦ ପାଇଁ ପରାମର୍ଶ ଦେଇଛି।  ଇରାନ ସମେତ ସିରିୟା ରାଜଧାନୀ ଦାମାସକସ ଏବଂ କେତେକ ସାମରିକ ଘାଟି ଉପରେ ମଧ୍ୟ ଇସ୍ରାଏଲ ଆଜି ଆକ୍ରମଣ କରିଛି। ଇରାନ ଉପରେ ଆକ୍ରମଣ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ବରିଷ୍ଠ ଅଧିକାରୀମାନଙ୍କ ସହ ସୁରକ୍ଷା ସ୍ଥିତିର ସମୀକ୍ଷା କରିଛନ୍ତି।

Leave a Reply

Your email address will not be published. Required fields are marked *