ଖୁବଶୀଘ୍ର ଭାରତ ଲଞ୍ଚ କରିବ ପ୍ରଥମ ସ୍ୱଦେଶୀ ବିଦ୍ୟୁତ ଚାଳିତ ସାଟେଲାଇଟ୍‌

ନୂଆଦିଲ୍ଲୀ,୨୭/୧୦: ମହାକାଶ ବାୟୋଟେକ୍ ଗବେଷଣା ପାଇଁ ବାୟୋଟେକ୍ନୋଲୋଜି ବିଭାଗ ସହ ଏମଓୟୁ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ।  ମହାକାଶ ଅଭିଯାନରେ ସବୁଠୁ ବଡ଼ ଆହ୍ୱାନ ହେଉଛି ମହାକାଶଚାରୀଙ୍କ ପାଇଁ ପୋଷକ ତତ୍ତ୍ୱର ଉପଲବ୍ଧତା, ଖାଦ୍ୟ ସଂରକ୍ଷଣ, ବିକିରଣ ଏବଂ କର୍କଟ, ମୋତିଆବିନ୍ଦୁ, ହାଡ଼, ମାଂସପେଶୀ କ୍ଷୟ ଭଳି ସ୍ୱାସ୍ଥ୍ୟ ବିପଦ।

ସେପଟେ ଖୁବଶୀଘ୍ର ଭାରତ ଲଞ୍ଚ କରିବ ପ୍ରଥମ ସ୍ୱଦେଶୀ ବିଦ୍ୟୁତ ଚାଳିତ ସାଟେଲାଇଟ୍‌ । ଡିସେମ୍ବରରେ ଏହାକୁ ଲଞ୍ଚ କରାଯିବ । ଏହା ସମ୍ପୂର୍ଣ୍ଣ ଭାବେ ଭାରତରେ ପ୍ରସ୍ତୁତ ହୋଇଥିବା କହିଛନ୍ତି ଇସ୍ରୋ ମୁଖ୍ୟ ଏସ୍‌ ସୋମନାଥ । ସେହିପରି ୨୦୨୮ରେ ଚନ୍ଦ୍ରାଯାନ-୪ ଲଞ୍ଚ ନେଇ ମଧ୍ୟ ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ । ଏହାପରେ ଜାପାନ ସହ ମିଳିତ ଭାବେ ଚନ୍ଦ୍ରାଯାନ-୫ ଲଞ୍ଚ କରିବାକୁ ଯୋଜନା ଥିବା ସେ ସୂଚନା ଦେଇଛନ୍ତି । ୨୦୪୦ ସୁଦ୍ଧା ଚନ୍ଦ୍ରକୁ ମାନବ ପ୍ରେରଣ ନେଇ ଲକ୍ଷ୍ୟ ରଖିଛି ଭାରତ।

Leave a Reply

Your email address will not be published. Required fields are marked *