ଟ୍ଵିନସିଟିରେ ଥିବା ଆପାର୍ଟମେଣ୍ଟଗୁଡ଼ିକର ପ୍ରବେଶ ଓ ପ୍ରସ୍ଥାନ ପଏଣ୍ଟଗୁଡ଼ିକରେ ଲାଗିବ IP ଯୁକ୍ତ କ୍ୟାମେରା

ଭୁବନେଶ୍ୱର,୨୬/୧୦: ଟ୍ଵିନସିଟିରେ ଥିବା ଆପାର୍ଟମେଣ୍ଟଗୁଡ଼ିକର ପ୍ରବେଶ ଓ ପ୍ରସ୍ଥାନ ପଏଣ୍ଟଗୁଡ଼ିକରେ ଲାଗିବ IP ଯୁକ୍ତ କ୍ୟାମେରା। ଏହି କ୍ୟାମେରା ଲଗାଇବା ପାଇଁ ସମସ୍ତ ଆପାର୍ଟମେଣ୍ଟର ବାସିନ୍ଦା କଲ୍ୟାଣ ସଂଘଗୁଡ଼ିକୁ ସୂଚନା ଜାରି କରାଯାଇଥିବା କହିଛନ୍ତି ପୁଲିସ କମିଶନର ଏସ୍‌ ଦେବଦତ୍ତ ସିଂହ। ଆପାର୍ଟମେଣ୍ଟଗୁଡ଼ିକରେ ଚୋରି ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ରୋକିବାକୁ ଏଭଳି ପଦକ୍ଷେପ ନେଇଛି କଟକ-ଭୁବନେଶ୍ୱର କମିଶନରେଟ ପୁଲିସ୍‌।

ସମସ୍ତ ଆପାର୍ଟମେଣ୍ଟର କଲ୍ୟାଣ ସଂଘଗୁଡ଼ିକ ଆପାର୍ଟମେଣ୍ଟର ପ୍ରବେଶ ଓ ପ୍ରସ୍ଥାନ ପଏଣ୍ଟଗୁଡ଼ିକରେ IP-enabled କ୍ୟାମେରା ଲଗାଇବେ ଏବଂ ତାହାର ତଥ୍ୟ ଆମ କମିଶନରେଟ ପୁଲିସ୍ କଣ୍ଟ୍ରୋଲ ରୁମ୍‌କୁ ଦେବେ। ସେମାନେ IP-enabled କ୍ୟାମେରାଗୁଡ଼ିକର ସବିଶେଷ ତଥ୍ୟ ଏସିପି କେ.କେ ହରିପ୍ରସାଦଙ୍କୁ ମୋବାଇଲ ନମ୍ବର ୭୬୦୬୦୬୬୭୬୬ରେ ଯୋଗାଇବେ।

Leave a Reply

Your email address will not be published. Required fields are marked *