ବାତ୍ୟା ସମୟରେ କାର୍ଯ୍ୟରେ ଅବହେଳା ପାଇଁ ୪ ସରକାରୀ ବାବୁ ନିଲମ୍ବିତ

ଭୁବନେଶ୍ୱର,୨୬/୧୦: ବାତ୍ୟା ପରେ ରାଜ୍ୟରେ ବନ୍ୟାସ୍ଥତି ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେ  କହିଛନ୍ତି ରାଜ୍ୟରେ ବନ୍ୟା ସ୍ଥିତି ହୋଇନି । ତେବେ କିଛି କିଛି ଅଞ୍ଚଳରେ ପାଣି ଜମିଥିବା ଖବର ଆସିଥିବା ସେ ସୂଚନା ଦେଇଛନ୍ତି । ସେପଟେ ବାତ୍ୟା ଦାନା ଯିବା ପରେ ଏବେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାରକାର୍ଯ୍ୟ । ବର୍ତ୍ତମାନ ସୁଦ୍ଧା ୨୨ ଲକ୍ଷ ଲୋକଙ୍କ ଘରକୁ ବିଜୁଳି ସଂଯୋଗ ସରିଲାଣି । ତେବେ ସନ୍ଧ୍ୟା ସୁଦ୍ଧା ବିଜୁଳି ସଂଯୋଗ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ମନ୍ତ୍ରୀ କହିଛନ୍ତି ।  ଖୁବ୍ ଶୀଘ୍ର ବାତ୍ୟା କ୍ଷୟକ୍ଷତି ଆକଳନ ନେଇ ଆସିବେ କେନ୍ଦ୍ରୀୟ ଟିମ୍ । ତେବେ କେନ୍ଦ୍ର ସହାୟତା ପୂର୍ବରୁ ରାଜ୍ୟ ସରକାର ଲୋକଙ୍କ ପାଖରେ ଅର୍ଥ ପହଞ୍ଚାଇବେ ବୋଲି ସେ କହିଛନ୍ତି । ସେହିପରି ବାତ୍ୟା ସମୟରେ କାର୍ଯ୍ୟରେ ଅବହେଳା ପାଇଁ ୪ ସରକାରୀ ବାବୁ ନିଲମ୍ବିତ ହୋଇଛନ୍ତି ।୩ ପିଇଓଙ୍କ ସମେତ ଜଣେ ଆରଆଇଙ୍କୁ ନିଲମ୍ବନ କରିଛନ୍ତି ସରକାର । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୂରେଶ ପୂଜାରୀ । ବାତ୍ୟା ସମୟରେ ଲୋକଙ୍କୁ କଟୁକଥା କହିଥିବା ଅଭିଯୋଗ ରହିଥିଲା । ତେବେ ବିପର୍ଯ୍ୟୟ ସମୟରେ ସେବାରେ ଖିଲାପକାରୀଙ୍କୁ ଛଡ଼ାଯିବନି ବୋଲି ମନ୍ତ୍ରୀ ଚେତାଇ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *