ଭୁବନେଶ୍ୱର ବିମାନବନ୍ଦରରେ ପୁଣି ଥରେ କଲରାପତରିଆ ବାଘ ଆତଙ୍କ

ଭୁବନେଶ୍ୱର,୨୬/୧୦: ଭୁବନେଶ୍ୱର ବିମାନବନ୍ଦରରେ ପୁଣି ଥରେ କଲରାପତରିଆ ବାଘ ଆତଙ୍କ ଦେଖାଦେଇଛି। ବିମାନ ବନ୍ଦର ପରିସର ଡମ୍ପିଂ ୟାର୍ଡରେ ବାଘ ଥିବା ସୂଚନା ମିଳିଛି । ଏହି ଖବର ପ୍ରଚାରିତ ହେବା ପରେ ବିମାନବନ୍ଦର ଆଖପାଖ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଖେଳି ଯାଇଛି। ଡମ୍ପିୟାର୍ଡ କର୍ମଚାରୀମାନେ କଲରାପତରିଆ ଦେଖିଥିବା କହିଛନ୍ତି । ବାଘକୁ ଠାବ କରିବାକୁ ବନ ବିଭାଗ ଓ ପୁଲିସ ପକ୍ଷରୁ ଉଦ୍ୟମ କରାଯାଉଛି । ପ୍ଲାଷ୍ଟିକ ଜାଲ ଓ ଅନ୍ୟାନ ଉପକରଣ ସହ ସଜାଗ ରହିଛି ବନବିଭାଗ । ପୂର୍ବରୁ ଗତ ୨୦୧୯ରେ ଏୟାରପୋର୍ଟ ଅଞ୍ଚଳରେ ବାଘ ଦେଖାଯାଇଥିଲା । ବାଘଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା ବନବିଭାଗ । ଏବେ ପୁଣି ଥରେ ବାଘ ବୁଲୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

Leave a Reply

Your email address will not be published. Required fields are marked *