ଇରାନ ଉପରେ ଇସ୍ରାଏଲର ଜୋରଦାର ଆକ୍ରମଣ

ନୂଆଦିଲ୍ଲୀ,୨୬/୧୦: ଆଜି ସକାଳୁ ସକାଳୁ ଇରାନ ଉପରେ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲ । ପ୍ରତିଶୋଧ ନେବାକୁ ଇସ୍ରାଏଲ ପକ୍ଷରୁ ବଡ଼ ଧରଣର ଆକ୍ରମଣ ହୋଇଛି । ହିଜବୁଲ୍ଲା ମୁଖ୍ୟ ହସନ ନସରୁଲ୍ଲାର ମୃତ୍ୟୁ ପରେ ଇରାନ ଇସ୍ରାଏଲ ଉପରେ ଶହ ଶହ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା । ଆକ୍ରମଣର ୨୪ ଦିନ ପରେ ଏହି ଆକ୍ରମଣର ପ୍ରତିଶୋଧ ନେଇଛି ଆଇଡିଏଫ । ଇରାନର ରାଜଧାନୀ ତେହେରାନର ନିକଟବର୍ତ୍ତୀ ଅଞ୍ଚଳର ୫ଟି ସ୍ଥାନରେ ବଡ଼ ବିସ୍ଫୋରଣ କରାଯାଇଛି । ଇରାନର ସାମରିକ ବେସକୁ ମଧ୍ୟ ଟାର୍ଗେଟ କରିଛି ଇସ୍ରାଏଲ । ଇରାନର କ୍ରମାଗତ ଆକ୍ରମଣର ଜବାବରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଇରାନର ସାମରିକ ଟାର୍ଗେଟ ଉପରେ ଆକ୍ରମଣ କରୁଛି ବୋଲି ଆଇଡିଏଫ୍ କହିଛି । ସେପଟେ ରାଜଧାନୀ ତେହେରାନରେ ପରିସ୍ଥିତି ସ୍ୱାଭାବିକ ଥିବା ଇରାନ କହିଛି । ଏହି ଆକ୍ରମଣରେ ଇରାନର କେତେ ପରିମାଣର କ୍ଷୟକ୍ଷତି ହୋଇଛି ତାର ରିପୋର୍ଟ ସାମ୍ନାକୁ ଆସିନାହିଁ ।

Leave a Reply

Your email address will not be published. Required fields are marked *