ସୂର୍ଯ୍ୟାସ୍ତ ପୂର୍ବରୁ ସବୁ ସ୍ଥାନକୁ ବିଦ୍ୟୁତ୍‌ ଆସି ସାରିଥିବ ବୋଲି କହିଲେ ସୁରେଶ ପୂଜାରୀ

ଭୁବନେଶ୍ୱର,୨୫/୧୦: ବାତ୍ୟା ଦାନାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି। ତେବେ ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଜି ୩ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ବାତ୍ୟା ପରର ସ୍ଥିତି ନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି, ୪ ଘଣ୍ଟା ଭିତରେ ରାସ୍ତା ସଫା ସରିଗଲାଣି । ଟେଲିକମ୍ୟୁନିକେସନ ବିଭାଗରୁ କୌଣସି ଅଭିଯୋଗ ଆସିନି । ଶକ୍ତି ଓ ସ୍ୱାସ୍ଥ୍ୟ ବିଭାଗ ଭଲ କାମ କରିଛନ୍ତି । କିଛି ଜାଗାରେ ତାର ଛିଣ୍ଡିଯିବା ଯୋଗୁଁ ବିଦ୍ୟୁତ୍‌ ବ୍ୟାଘାତ ହୋଇଛି । ତେବେ ସୂର୍ଯ୍ୟାସ୍ତ ପୂର୍ବରୁ ସବୁ ସ୍ଥାନକୁ ବିଦ୍ୟୁତ୍‌ ଆସି ସାରିଥିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *