ବାତ୍ୟା ପରର ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, କହିଲେ ଜିରୋ କାଜୁଆଲିଟିରେ ସଫଳ ହୋଇଛୁ

ଭୁବନେଶ୍ୱର,୨୫/୧୦: ଆଜି ବାତ୍ୟା ପରର ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ କହିଛନ୍ତି ଆମେ ବାତ୍ୟା ‘ଦାନା’ର ସଫଳତାର ସହ ମୁକାବିଲା କରିଛୁ। ଜିରୋ କାଜୁଆଲିଟି ଆମର ଲକ୍ଷ୍ୟ ଥିଲା, ଆମେ ଏଥିରେ ସଫଳତା ହାସଲ କରିଛୁ। ଦଳଗତ ଭାବେ କାମ କରିବା ଯୋଗୁ ବାତ୍ୟାର ସୁପରିଚାଳନା ହୋଇପାରିଲା ଓ ଏହାର ସୁଫଳ ରାଜ୍ୟବାସୀ ପାଇଛନ୍ତି । ଦକ୍ଷ ଅଧିକାରୀମାନଙ୍କୁ ସ୍ପଟ୍‌କୁ ପଠାଯାଉଥିବା ବେଳେ ମନ୍ତ୍ରୀମାନେ ବି ବାତ୍ୟା ସ୍ଥଳରେ ଉପସ୍ଥିତ ଥିଲେ। କୌଣସି ବି ସ୍ଥାନରେ ଅପ୍ରିତିକର ଘଟଣା ଘଟିନି। ଖୁବ୍‌ ଶୀଘ୍ର କ୍ଷୟକ୍ଷତିର ଆକଳନ କରି ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ । ବିଭିନ୍ନ ବିଭାଗର ସମନ୍ୱୟ ଯୋଗୁ ବାତ୍ୟାର ସୁପରିଚାଳନା ହୋଇପାରିଛି। ଆଜି ସକାଳୁ ଲୋକେମାନେ ବାତ୍ୟା ଆଶ୍ରୟ ସ୍ଥଳରୁ ଘରକୁ ବାହୁଡ଼ିଲେଣି।

ବିଭିନ୍ନ ସ୍ଥାନରେ ପବନର ତିବ୍ରତା ହେତୁ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିଲା। ଅପରାହ୍ନ ୧ଟା ସୁଦ୍ଧା ରାସ୍ତା ସଫା କାମ ସରିବ । ଏଥିସହ କିଛି ଅଞ୍ଚଳରେ ବିଦ୍ୟୁତ୍‌ ଯୋଗାଣ ବିଚ୍ଛିନ୍ନ ହୋଇଥିବା ବେଳେ ଆଜି ସଂଧ୍ୟା ସୁଦ୍ଧା ସବୁ ଅଞ୍ଚଳରେ ବିଜୁଳି ଯୋଗାଣ ସ୍ୱାଭାବିକ ହେବ । ୬ ହଜାର ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଥିଲା । ବାତ୍ୟା ଆଶ୍ରୟ ସ୍ଥଳୀରେ ୧୬୦୦ ଶିଶୁ ଜନ୍ମ ନେଇଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ।

Leave a Reply

Your email address will not be published. Required fields are marked *