ମାଡି ଆସୁଛି ବାତ୍ୟା ଦାନା, ଜରୁରୀକାଳୀନ ହେଲ୍ପଲାଇନ ଓ କଣ୍ଟ୍ରୋଲ ରୁମ ନମ୍ବର ଜାରି

ଭୁବନେଶ୍ୱର,୨୩/୧୦: ସମୁଦ୍ରରୁ ବଳ ଗୋଟାଇ ଆଗକୁ ବଢୁଛି ବାତ୍ୟା ଦାନା । ତାପୂର୍ବରୁ ପ୍ରଭାବ ଦେଖାଇବା ଆରମ୍ଭ କଲାଣି ଦାନା। ଉପକୂଳରେ ଆରମ୍ଭ ହେଲାଣି ବର୍ଷା। ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ବର୍ଷା ଆରମ୍ଭ ହେଲାଣି। ପାରାଦୀପ, ରାଜନଗର ଓ ଧାମରା ଅଞ୍ଚଳରେ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ଝିପିଝିପି ବର୍ଷା ହେଉଛି । ବାତ୍ୟାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଜରୁରୀକାଳୀନ ହେଲ୍ପଲାଇନ ଓ କଣ୍ଟ୍ରୋଲ ରୁମ ନମ୍ବର ଜାରି କରିଛନ୍ତି ।
ବାଲେଶ୍ବର-କଣ୍ଟ୍ରୋଲ୍ ରୁମ୍-06782-262286, 06782-261077

ମୟୂରଭଞ୍ଜ-କଣ୍ଟ୍ରୋଲ୍ ରୁମ୍-06792-252759, 06792-252941

ଭଦ୍ରକ-କଣ୍ଟ୍ରୋଲ୍ ରୁମ୍-06784-251881

ଯାଜପୁର-କଣ୍ଟ୍ରୋଲ୍ ରୁମ୍-06728-222648

କେନ୍ଦ୍ରାପଡ଼ା-କଣ୍ଟ୍ରୋଲ୍ ରୁମ୍-06727-232803

କେନ୍ଦୁଝର-କଣ୍ଟ୍ରୋଲ୍ ରୁମ୍-06766-255437

ଜଗତ୍‌ସିଂହପୁର-କଣ୍ଟ୍ରୋଲ୍ ରୁମ୍-06724-220368

କଟକ-କଣ୍ଟ୍ରୋଲ୍ ରୁମ୍-0671-2507842

ଢେଙ୍କାନାଳ-କଣ୍ଟ୍ରୋଲ୍ ରୁମ୍-06762-226507, 06762-221376

ଅନୁଗୁଳ-କଣ୍ଟ୍ରୋଲ୍ ରୁମ୍-06764-230980

ପୁରୀ-କଣ୍ଟ୍ରୋଲ୍ ରୁମ୍-06752-223237

ଖୋର୍ଦ୍ଧା-କଣ୍ଟ୍ରୋଲ୍ ରୁମ୍-06755-220002

ଗଞ୍ଜାମ-କଣ୍ଟ୍ରୋଲ୍ ରୁମ୍-06811-263978

ନୟାଗଡ଼-କଣ୍ଟ୍ରୋଲ୍ ରୁମ୍-06753-252978

ଏପଟେ ଓଡ଼ିଶା ଉପକୂଳକୁ ହିଟ୍ କରିବ ବାତ୍ୟା ‘ଦାନା’। ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ସାଇକ୍ଲୋନ୍। କାଲି ରାତି ଓ ୨୫ ସକାଳେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା। ଭୀଷଣ ବାତ୍ୟା ଭାବରେ ଉପକୂଳ ଅତିକ୍ରମ କରିବ ‘ଦାନା’। ଲ୍ୟାଣ୍ଡଫଲ୍ ବେଳେ ପବନ ବେଗ ରହିବ ୧୦୦-୧୨୦ କିମି । ଏବେ ବଙ୍ଗୋପସାଗରରୁ ବଳ ଗୋଟାଇ ଆଗକୁ ବଢୁଛି ବାତ୍ୟା ଦାନା।

Leave a Reply

Your email address will not be published. Required fields are marked *