ଲୋକସେବା ଭବନରେ ବାତ୍ୟା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧/୧୦: ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ସତର୍କ ରହିଛନ୍ତି ରାଜ୍ୟ ସରକାର। ଯୁଦ୍ଧକାଳୀନ ଭିତ୍ତିରେ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହାକୁ ନେଇ ଘନ ଘନ ବୈଠକ ଅନୁଷ୍ଠିତ ହେଉଥିବା ବେଳେ ଆଜି ଅପରାହ୍ନ ୪ଟାରେ ଲୋକସେବା ଭବନରେ ବାତ୍ୟା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ଏହି ବୈଠକରେ ରାଜସ୍ୱ ମନ୍ତ୍ରୀ, ମୁଖ୍ୟ ସଚିବ, SRC ପ୍ରମୁଖ ଉପସ୍ଥିତ ରହିବେ । ଏହା ପୂର୍ବରୁ ବାତ୍ୟା ମୁକାବିଲା ନିମନ୍ତେ ପ୍ରସ୍ତୁତି ରିପୋର୍ଟକୁ SRCଙ୍କ ନିକଟରେ ଦାଖଲ କରିବାକୁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଏହି ଜିଲ୍ଲାପାଳମାନେ ବୈଠକ ସମୟରେ ଭିଡିଓ କନଫରେନ୍ସିଂରେ ଉପସ୍ଥିତ ରହିବେ।

ସମ୍ଭାବ୍ୟ ବାତ୍ୟା ର ମୁକାବିଲା ନିମନ୍ତେ ଆଜି ପୂର୍ବାହ୍ନ ୧୧ଟାରେ ମୁଖ୍ୟ ସଚିବ ଜରୁରୀ ବୈଠକ ଡାକିଥିଲେ। SRCଙ୍କ କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ SRC ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ। ଏହାପରେ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବାତ୍ୟା ସ୍ଥିତିର ସମୀକ୍ଷା କରିବେ ବୋଲି ଜଣାଯାଇଛି। ସମ୍ଭାବ୍ୟ ବାତ୍ୟା ଲ୍ୟାଣ୍ଡଫଲ୍‌ କଲେ ଜିରୋ କାଜୁଆଲଟି ସାଙ୍ଗକୁ କିପରି କ୍ଷୟକ୍ଷତିକୁ କମ୍‌ କରିହେବ ତା’ ଉପରେ ଗୁରୁତ୍ୱ ଦିଆଯାଉଛି।

Leave a Reply

Your email address will not be published. Required fields are marked *