ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ, ପ୍ରଥମ ପର୍ଯ୍ୟାୟ ତାଲିକା ଘୋଷଣା କଲା ବିଜେପି

ନୂଆଦିଲ୍ଲୀ,୧୯/୧୦: ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ତାଲିକାରେ ମୋଟ ୬୬ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ରହିଛି। ବିଜେପି ରାଜ୍ୟର ୮୧ଟି ଆସନରୁ ୬୮ଟିରେ ଲଢ଼ିବ ଓ ସହଯୋଗୀଙ୍କ ପାଇଁ ବାକି ଆସନ ଛାଡ଼ିବାକୁ ନେଇଛି। ଏହି କ୍ରମରେ ଦଳ ଆଜି ୬୬ଟି ଆସନ ପାଇଁ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି।

ତାଲିକା ଅନୁସାରେ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପୂର୍ବତନ  ସହଯୋଗୀ ଚମ୍ପାଇ ସୋରେନ ସଢ଼େଇକଳା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ଅନ୍ୟତମ ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି ଧନୱର ଆସନରୁ ଟିକେଟ ପାଇଛନ୍ତି। ଚମ୍ପାଇ ସୋରେନଙ୍କ ପୁଅଙ୍କୁ ମଧ୍ୟ ବିଜେପି ଟିକେଟ ଦେଇଛି। ସେ ଘାଟଶିଳା ଆସନରୁ ନିର୍ବାଚନ ଲଢ଼ିବେ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ ସୀତା ସୋରେନ ଜାମତାରାରୁ ବିଜେପିର ପ୍ରାର୍ଥୀ ହୋଇଛନ୍ତି। ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ଦାସ ସାହୁଙ୍କୁ ଜାମସେଦପୁର ଇଷ୍ଟରୁ ବିଜେପି ଟିକେଟ ଦେଇଛି।

ଝାରଖଣ୍ଡର ସମସ୍ତ ୮୧ଟି ବିଧାନସଭା ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ଭୋଟ ହେବ। ନଭେମ୍ବର ୧୩ରେ ପ୍ରଥମ ଓ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ। ଏଠାରେ ଭୋଟ ଗଣତି ସହ ଫଳାଫଳ ନଭେମ୍ବର ୨୩ରେ ପ୍ରକାଶ ପାଇବ।

Leave a Reply

Your email address will not be published. Required fields are marked *