ମହାଶିବରାତ୍ରୀ ପାଇଁ କଟକଣା ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର, ୯/୩: ଆସନ୍ତା ୧୧ରେ ମହାଶିବରାତ୍ରି ଅର୍ଥାତ ଜାଗର। ଏହି ମହାଶିବରାତ୍ରିରେ ଶିବ ମନ୍ଦିରରେ ଭକ୍ତଙ୍କ ସମାଗମ ହେବ। ଯେହେତୁ କ ରୋନା ସମୟ ତେଣୁ ମହାଶିବରାତ୍ରୀ ପାଇଁ କଟକଣା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା। ଜାଗରରେ ମେଳା ଓ ଗହଳି କରିବାକୁ ଅନୁମତି ନାହିଁ ।ଏହାସହ ନିୟମ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି।