ଜେଲରୁ ବାହାରିଲେ ଆପ୍‌ର ବରିଷ୍ଠ ନେତା ସତ୍ୟେନ୍ଦ୍ର ଜୈନ

ଭୁବନେଶ୍ୱର,୧୮/୧୦: ଆଜି ଜେଲରୁ ମୁକୁଳିଛନ୍ତି ଆପ୍‌ର ବରିଷ୍ଠ ନେତା ତଥା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ। ଆଜି ମଧ୍ୟାହ୍ନରେ ତାଙ୍କୁ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ତାଙ୍କୁ ଜାମିନ ଦେଇଥିଲେ।  ସେ ଜେଲରୁ ବାହାରି ବେଳେ ତାଙ୍କୁ ସ୍ୱାଗତ କରିବା ପାଇଁ ନିଜେ ମୁଖ୍ୟମନ୍ତ୍ରୀ ଆତିଶୀ ସେଠାରେ ପହଞ୍ଚିଥିଲେ। ଆତିଶୀଙ୍କ ସହ ବରିଷ୍ଠ ନେତା ସଞ୍ଜୟ ସିଂହ ଓ ମନୀଷ ସିସୋଦିଆ ମଧ୍ୟ ଉପସ୍ଥିତ ଥିଲେ। ସମସ୍ତେ ମିଳିତ ଭାବେ ସତ୍ୟେନ୍ଦ୍ର ଜୈନଙ୍କୁ ସ୍ୱାଗତ କରିଛନ୍ତି।

ଜୈନଙ୍କୁ ୨୦୨୨ ମସିହା ମେ’ ୩୦ ତାରିଖରେ ଇଡି ଜୈନଙ୍କୁ ଗିରଫ କରିଥିଲା। ତାଙ୍କ ସହ ଜଡ଼ିତ ୪ କମ୍ପାନୀ ଜରିଆରେ ସେ ବେଆଇନ ଭାବେ ଟଙ୍କା ହେରଫେର କରିଥିବା ଅଭିଯୋଗରେ ଇଡି ଏପରି ପଦକ୍ଷେପ ନେଇଥିଲା।

କୋର୍ଟ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ବଣ୍ଡ ବଳରେ ଜୈନଙ୍କୁ ଜାମିନ ଦେଇଛନ୍ତି। ଜାମିନରେ ଥିବା ବେଳେ ସେ ମାମଲା ସହ ଜଡ଼ିତ କୌଣସି ସାକ୍ଷୀ କିମ୍ବା ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିବେ ନାହିଁ। ସେ କୌଣସି ବି ଉପାୟରେ ଟ୍ରାଏଲକୁ ପ୍ରଭାବିତ କରିବାକୁ ଚେଷ୍ଟା କରିବେ ନାହିଁ। କୋର୍ଟଙ୍କ ବିନା ଅନୁମତିରେ ଜୈନ ବିଦେଶ ଯାତ୍ରା କରିପାରିବେ ନାହିଁ ମଧ୍ୟ କୋର୍ଟ ସର୍ତ୍ତ ରଖିଛନ୍ତି।

Leave a Reply

Your email address will not be published. Required fields are marked *