ଚଳିତ ଆର୍ଥିକ ବର୍ଷ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା

ଭୁବନେଶ୍ୱର,୧୮/୧୦: ଚଳିତ ଆର୍ଥିକ ବର୍ଷ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ରାଜ୍ୟର ନିଜସ୍ଵ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଭାରତ ଯୋଜନା ପାଇଁ ମିଳିତ ଭାବେ ଗୋଟିଏ କାର୍ଡ ଜାରି ହେବ । ଉଭୟ ଯୋଜନା ଅଧୀନରେ ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ଏହି କାର୍ଡ ମିଳିବ ।’ ଏହାଦ୍ୱାରା ରାଜ୍ୟବାସୀଙ୍କୁ ସାମାଜିକ ନିରାପତ୍ତା ମିଳି ପାରିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।ସେ କହିଛନ୍ତି, ମୋହନ ମାଝୀଙ୍କ ନେତୃତ୍ୱାଧୀନ ନୂଆ ସରକାର ମଧ୍ୟ ଆମ ରାଜ୍ୟରେ ଏହି ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପାଇଁ ଘୋଷଣା କରିସାରିଛନ୍ତି । ଆମ ରାଜ୍ୟରେ କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନା ଓ ରାଜ୍ୟର ନିଜସ୍ଵ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ମିଳିତ ଭାବେ ଗୋଟିଏ କାର୍ଡ ଜାରି ହେବ । ଆକଳନ ଅନୁସାରେ ଉଭୟ ଯୋଜନା ଅଧୀନରେ ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ଏହି କାର୍ଡ ମିଳିବ ।

Leave a Reply

Your email address will not be published. Required fields are marked *