ପୂର୍ବତନ ସାଂସଦ ପ୍ରଭାତ କୁମାର ସାମନ୍ତରାୟଙ୍କ ପରଲୋକ

ଭୁବନେଶ୍ୱର,୧୭/୦୬: କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ପ୍ରଭାତ କୁମାର ସାମନ୍ତରାୟଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସେ ବାର୍ଦ୍ଧକ୍ୟ ଜନିତ କାରଣରୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।ବ୍ରେନ ଷ୍ଟ୍ରୋକରେ ପରଲୋକ ଘଟିଥିବା ପରିବାର ଲୋକେ ସୂଚନା ଦେଇଛନ୍ତି।

ସେ ନିଜ ରାଜନୈତିକ ଜୀବନ ଜନତାଦଳରୁ ଆରମ୍ଭ କରିଥିଲେ। ପରେ ବିଜୁ ଜନତା ଦଳରେ ଯୋଗଦେଇ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀରୁ ସାଂସଦ ଭାବେ ୨ ଥର ନିର୍ବାଚିତ ହୋଇଥିଲେ।  ପ୍ରଥମଥର ୧୯୯୮ରୁ ୧୯୯୯ ପର୍ଯ୍ୟନ୍ତ ସାଂସଦ ଥିବାବେଳେ ଦ୍ବିତୀୟ ଥର ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ସାଂସଦ ଥିଲେ।

 

Leave a Reply

Your email address will not be published. Required fields are marked *