ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଓମାର ଅବଦୁଲ୍ଲା

ନୂଆଦିଲ୍ଲୀ,୧୬/୧୦: ଜମ୍ମୁ-କଶ୍ମୀରର ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଓମାର ଅବଦୁଲ୍ଲା। ଧାରା ୩୭୦ ଉ‌ଚ୍ଛେଦ ହେବା ପରଠାରୁ ଏହି ଅଞ୍ଚଳର ପ୍ରଥମ ବିଧାନସଭା ନିର୍ବାଚନରେ ​​ତାଙ୍କ ନେସ୍‌ନାଲ୍‌ କନ୍‌ଫରେନ୍ସ ଦଳ ବିଜୟ ଲାଭ କରିଥିବା ବେଳେ ସେ ଆଜି ଶପଥ ନେଇଛନ୍ତି। ତାଙ୍କ ଶପଥ ଗ୍ରହଣ ଉତ୍ସବରେ ଇଣ୍ଡିଆ ବ୍ଲକ୍‌ର ଅନେକ ନେତା ଉପସ୍ଥିତ ରହିଥିଲେ। ଓମାର୍‌ ଅବ୍‌ଦୁଲାଙ୍କ ସହ ୫ ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ୫ ଜଣଙ୍କ ମଧ୍ୟରେ ଜଣେ ସ୍ବାଧୀନ ବିଧାୟକ ବି ଅଛନ୍ତି। ତାଙ୍କ ନାଁ ହେଉଛି ଶତୀଶ ଶର୍ମା। ନେସ୍‌ନାଲ୍‌ କନ୍‌ଫରେନ୍ସ (ଏନସି) ଆଜି ଶ୍ରୀନଗରରେ ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବରେ ଓମାର ଅବଦୁଲ୍ଲାଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ଇଣ୍ଡିଆ ବ୍ଲକ୍‌ର ସହଯୋଗୀ ନେତାମାନଙ୍କୁ ଆମନ୍ତ୍ରଣ କରିଥିଲା। ଏହି ଶପଥ ଗ୍ରହଣ ସମାରୋହକୁ ଇଣ୍ଡିଆ ବ୍ଲକର ପ୍ରମୁଖ ନେତା ରାହୁଲ ଗାନ୍ଧୀ, ଲୋକସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖର୍ଗେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରମୁଖଙ୍କୁ ନିମନ୍ତ୍ରଣ ରହିଥିଲା।

Leave a Reply

Your email address will not be published. Required fields are marked *