କେରଳ ୱାୟନାଡ଼ ସଂସଦୀୟ କ୍ଷେତ୍ରରୁ ଲଢ଼ିବେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ,୧୫/୧୦: କେରଳ ୱାୟନାଡ଼ ସଂସଦୀୟ କ୍ଷେତ୍ରରୁ ଲଢ଼ିବେ ପ୍ରିୟଙ୍କା ଗାନ୍ଧୀ ।  ନଭେମ୍ବର ୧୩ ରେ ଉପନିର୍ବାଚନ ପାଇଁ ପଡ଼ିବ ଭୋଟ । AICC ପକ୍ଷରୁ ପ୍ରିୟଙ୍କାଙ୍କ ନାଁ ଘୋଷଣା କରାଯାଇଛି । ୱାୟନାଡ ଆସନରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ ଉପନିର୍ବାଚନ ହେଉଛି । ତେବେ ଏହି ଆସନରୁ କିଏ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛି ଏଆଇସିସି । ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରାର୍ଥୀ ଭାବେ ନାଁ ଘୋଷଣା କରିଛି ।

Leave a Reply

Your email address will not be published. Required fields are marked *