ଆସନ୍ତାକାଲି ଠାରୁ ହରିଆଣା ଓ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫/୧୦:ଆସନ୍ତାକାଲି ଠାରୁ ହରିଆଣା ଓ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୧୬ ତାରିଖ ଅପରାହ୍ନରେ ସେ ହରିଆଣା ଅଭିମୁଖେ ଗସ୍ତ କରି ୧୭ ତାରିଖ ଦିନ ଚଣ୍ଡିଗଡ ଠାରେ ନବ ଗଠିତ ହରିଆନା ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ। ସେଦିନ ଅପରାହ୍ନରେ ଚଣ୍ଡିଗଡ ଠାରେ ଏନ୍‌ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବେ।

ଚଣ୍ଡିଗଡ ପରେ ମୁଖ୍ୟମନ୍ତ୍ରୀ ମୁମ୍ବାଇ ଗସ୍ତରେ ଯାଇ ୧୮ ତାରିଖ ଦିନ ଭାରତୀୟ ରସାୟନିକ ଏବଂ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ସମ୍ଭାବନା ସମ୍ବନ୍ଧିତ ଏକ ସମ୍ମିଳନୀରେ ଯୋଗ ଦେବେ। ୧୮ ତାରିଖ ଅପରାହ୍ନରେ ଓ ୧୯ ତାରିଖ ସକାଳେ ସେ ମୁମ୍ବାଇର ଏକ ହୋଟେଲରେ ଆଗାମୀ ‘ମେକ୍‌ ଇନ୍‌ ଓଡ଼ିଶା’ ପାଇଁ ‘ନିବେଶକ ସମ୍ମିଳନୀ’ରେ ଯୋଗଦେବେ।

Leave a Reply

Your email address will not be published. Required fields are marked *