ମୁଁ ବିଜେଡିରେ ନାହିଁ, ଏବେ ମୁଁ ସ୍ବାଧୀନ: ଅମର ଶତପଥୀ

ଭୁବନେଶ୍ବର,୧୪/୧୦: ନିଜର ମନର କଥା ବଖାଣିଲେ ବିଜେଡିର ବରିଷ୍ଠ ନେତା ଅମର ଶତପଥୀ। ସେ କହିଛନ୍ତି ଯେ ମୁଁ ବିଜେଡିରେ ନାହିଁ। ମୁଁ ଏବେ ସ୍ବାଧୀନ। ସଭ୍ୟ ସଂଗ୍ରହ ଅଭିଯାନରେ ମୁଁ ମୋ ସଭ୍ୟପଦ ନବୀକରଣ କରିନି। ସଭ୍ୟପଦ ନେଇନି ମାନେ ମୁଁ ଟେକ୍ନିକାଲି ବିଜେଡିରେ ନାହିଁ।

ଏଣେ ବରିଷ୍ଠ ବିଜେଡି ନେତା ଅମର ଶତପଥୀଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ଲେନିନ୍ କହିଛନ୍ତି, ‘ ଦଳରେ  ଯଦି ଅମର ଶତପଥୀ ଶ୍ୱାସରୁଦ୍ଧ ହୋଇଯାଉଛନ୍ତି ତେବେ ଦଳ ଛାଡ଼ି ଚାଲିଯାଆନ୍ତୁ । ସେ  ନିଜ ପୁତୁରାଙ୍କୁ ପୂର୍ବରୁ ବିଜେପିକୁ ପଠାଇଦେଇଛନ୍ତି। ଏବେ ନିଜେ ଲାଇନରେ ଅଛନ୍ତି । ଅମର ଦଳ ଛାଡିଲେ ବିଜେଡିରେ ପଇସାକର ବି ପ୍ରଭାବ ପଡ଼ିବନି । ବିଜେଡି ତାଙ୍କୁ ପରିଚୟ ଦେଇଛି , ସ୍ଥିତି ଦେଇଛି । କିନ୍ତୁ ସେ ଏବେ ଦଳ ବିରୁଦ୍ଧରେ କହୁଛନ୍ତି, ଯାହା କେବେବି ଗ୍ରହଣଯୋଗ୍ୟ ନୁହେଁ’ ।

Leave a Reply

Your email address will not be published. Required fields are marked *