ମହୀଶୁର-ଦରଭଙ୍ଗା ବାଗମତୀ ସୁପରଫାଷ୍ଟ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ, ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦିଆଗଲା ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୨/୧୦: ତାମିଲନାଡ଼ୁର ତିରୁବଲ୍ଲୁରରେ ଶୁକ୍ରବାର ମହୀଶୁର-ଦରଭଙ୍ଗା ବାଗମତୀ ସୁପରଫାଷ୍ଟ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇଥିଲା ଏକ୍ସପ୍ରେସ ଟ୍ରେନ୍‌। ତେବେ କିଭଳି ହେଲା ଏହି ଦୁର୍ଘଟଣା। ଏଥିପାଇଁ କିଏ ଦାୟୀ। ଏନେଇ ଉଚ୍ଚସ୍ତରୀୟ ତଦନ୍ତ ହେବ। ରେଲଓ୍ୱେ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି। ଦକ୍ଷିଣ ସୂଚନାଯୋଗ୍ୟ ଯେ ଟ୍ରେନଟି କବରପେଟ୍ଟାଇ ଠାରେ ଅଟକି ନଥିଲା। ଉକ୍ତ ଷ୍ଟେସନ ଦେଇ ଯିବାର ଥିଲା। ଚେନ୍ନାଇ ଛାଡିବା ପରେ ଡ୍ରାଇଭର ମହୀଶୁର-ଦାରବଙ୍ଗା ଏକ୍ସପ୍ରେସ ପାଇଁ ସିଗ୍‌ନାଲକୁ ସଠିକ୍ ଭାବରେ ପାଳନ କରିନଥିଲେ। ଟ୍ରେନ୍ଟି ମୁଖ୍ୟ ଲାଇନକୁ ଯିବା ପରିବର୍ତ୍ତେ ହଠାତ୍ ଲୁପ୍ ଲାଇନରେ ଯାଇଥିଲା। ଏହି କାରଣରୁ ମାଲବାହୀ ଟ୍ରେନ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲେ। ଏହାର ତଦନ୍ତ ଜାରି ରହିଛି।

ଏକ୍ସପ୍ରେସ୍‌ ଟ୍ରେନ୍‌ର ୧୨ଟି ବଗି ଲାଇନ୍‌ଚ୍ୟୁତ ହୋଇଛି। ଦୁର୍ଘଟଣାରେ ୧୯ ଜଣ ଯାତ୍ରୀ ଆହତ ହୋଇଛନ୍ତି। ତେବେ ଏହି ଦୁର୍ଘଟଣାରେ କାହାର ପ୍ରାଣହାନୀ ଘଟିନାହିଁ ବୋଲି ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ୧୯ ଆହତ ଯାତ୍ରୀଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଯୁଦ୍ଧକାଳୀନ ଭିତ୍ତି ଟ୍ରାକ୍‌ ଉପରେ ମରାମତି କାମ ଚାଲିଛି। ଦୁର୍ଘଟଣାଗ୍ରସ୍ତ ବଗିଗୁଡିକ କ୍ରେନ୍‌ ସାହାଯ୍ୟରେ ଟ୍ରେକ୍‌ରୁ ହଟାଯାଇଛି। ଉକ୍ତ ରୁଟ୍‌ରେ ୨ଟି ଟ୍ରେନ୍‌ ଚଳାଚଳ ବାତି କରାଯାଇଥିବା ବେଳେ ୬ଟି ଟ୍ରେନ୍‌ର ଗତିପଥ ବଦଳା ଯାଇଛି।

Leave a Reply

Your email address will not be published. Required fields are marked *